Categories: ଜାତୀୟ

ଓମିକ୍ରନ୍‌କୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୯ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି ତଥାପି ଅନ୍ୟ ଦେଶ ଭଳି ଆମ ଦେଶ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତାରେ ପଡ଼ିଛି। ତେବେ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ନୂତନ ଗାଇଡଲାଇନ ଅନୁଯାୟୀ, ସଂକ୍ରମଣହାର ଅଧିକ ଥିବା ଦେଶରୁ ଆସୁଥିବା  ଯାତ୍ରୀଙ୍କୁ ବିମାନବନ୍ଦରରେ ହିଁ କରୋନା ଟେଷ୍ଟ୍‌ କରାଇବାକୁ ପଡ଼ିବ। କରୋନା ଟିକାର ୨ଟି ଯାକ ଡୋଜ୍‌ ନେଇଥିବା ବ୍ୟକ୍ତି ମଧ୍ୟ କରୋନା ପରୀକ୍ଷା କରାଇବା ବାଧ୍ୟତାମୂଳକ ।

ବିଦେଶ ଯାଉଥିବା ଯାତ୍ରୀଙ୍କୁ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆରଟିପିସିଆର ପରୀକ୍ଷାର ରିପୋର୍ଟ ଦେଖାଇବାକୁ ପଡ଼ିବ। ସଂକ୍ରମିତ  ଯାତ୍ରୀମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଯାତ୍ରୀମାନେ ଘରକୁ ଯାଇପାରିବେ। ଏଥିସହ ମାସ୍କ ବାନ୍ଧିବା ବାଧ୍ୟତାମୂଳକ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ  କରାଯାଇଛି।

Share