ନୂଆଦିଲ୍ଲୀ, ୯।୧: ନ୍ୟୁମେରୋଲୋଜି ଅଧିବେଶନକୁ ହୋଷ୍ଟ କରି ଜଣେ ବିଶିଷ୍ଟ ନ୍ୟୁମେରୋଲୋଜିଷ୍ଟ ଜେ.ସି.ଚୌଧୁରୀ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ୍ରେ ଲାଇଭ ଷ୍ଟ୍ରିମ୍ ହୋଇଥିବା ଏକ ନ୍ୟୁମେରୋଲୋଜି ଆଲୋଚନାକୁ ଅଧିକାଂଶ ଦର୍ଶକ ଦେଖିଥିବାରୁ ତାଙ୍କୁ ଏହି ବିରଳ ସମ୍ମାନ ପ୍ରଦାନ କରାଯାଇଛି। ୟୁଟ୍ୟୁବ୍ରେ ସର୍ବାଧିକ ଦେଖାଯାଇଥିବା ଉକ୍ତ କାର୍ଯ୍ୟକ୍ରମ ପାଇଁ ଚୌଧୁରୀଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡରେ ସାମିଲ କରାଯାଇଛି। ନିକଟରେ ଆୟୋଜିତ ଉକ୍ତ ଅଧିବେଶନର ବିଷୟବସ୍ତୁ ଥିଲା ‘ନାମର ଶକ୍ତି-ଜୀବନର ଚତୁର୍ଥ ଆଧାର’। ଏହି ଅଧିବେଶନରେ ପ୍ରାୟ ୬୦୦୦ ଦର୍ଶକ ଅଂଶଗ୍ରହଣ କରିଥିଲେ। ଏହା ବିଶ୍ୱବ୍ୟାପୀ ଆଦୃତି ଲାଭ କରିଥିଲା। ଏ ସମ୍ପର୍କରେ ଚୌଧୁରୀ ନ୍ୟୁମେରୋ ପ୍ରାଇଭେଟ ଲିମିଟେଡ୍ ତଥା ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ନ୍ୟୁମେରୋଲୋଜିର ଅଧ୍ୟକ୍ଷ ଜେ.ସି. ଚୌଧୁରୀ କହିଥିଲେ, ସଂଖ୍ୟା ବିଜ୍ଞାନ ଉପରେ ସର୍ବାଧିକ ଦେଖାଯାଉଥିବା ଲାଇଭ ଅଧିବେଶନ ଆୟୋଜନ କରି ସମ୍ମାନଜନକ ଗିନିଜ୍ ୱାର୍ଲଡ ରେକର୍ଡ ହାସଲ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ବର୍ତ୍ତମାନ ସଂଖ୍ୟା ବିଜ୍ଞାନ ଜରିଆରେ ଜଣେ ନିଜକୁ ଅନୁଧ୍ୟାନ କରିବାକୁ ସକ୍ଷମ ହୋଇପାରିବ ଓ ଜୀବନର ସଫଳତାର ମାର୍ଗ ଖୋଜି ପାଇପାରିବ। ଆଧୁନିକ ବିଜ୍ଞାନ ସହିତ ଏକୀଭୂତ କରି ସଂଖ୍ୟା ବିଜ୍ଞାନର ବିଶେଷତ୍ୱ ପ୍ରତିପାଦନ ପାଇଁ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁମେରୋଲୋଜି ନାମକ ଏକ ଅନୁଷ୍ଠାନ ସେ ପ୍ରତିଷ୍ଠା କରିବେ। ବିଶ୍ୱ ଜାତିର କଲ୍ୟାଣ ପାଇଁ ସମସ୍ତଙ୍କୁ ଏକାଠି କରିବା, ଧାରଣା ଓ ଅନୁସନ୍ଧାନ ଜରିଆରେ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ସେ ଅନ୍ତର୍ଜାତୀୟ ଫୋରମ ସ୍ଥାପନ କରିଛନ୍ତି। ଚୌଧୁରୀ ମଧ୍ୟ ନ୍ୟୁମେରୋଲୋଜି ଉପରେ ୨ଗୋଟି ପୁସ୍ତକ ରଚନା କରିଛନ୍ତି। ଏହା ଆଡଭାନ୍ସ ନ୍ୟୁମେରୋଲୋଜି ଓ ପ୍ରାକ୍ଟିକାଲ ନ୍ୟୁମେରୋଲୋଜି, ଯେଉଁଥିରେ ଲୋକମାନେ କିପରି ନିଜ ଉପରେ ରହିଥିବା ଚାପରୁ ରକ୍ଷା ପାଇବେ ସେ ବିଷୟରେ ମାର୍ଗଦର୍ଶନ ରହିଛି। ସେ ମଧ୍ୟ ଆକାଶ ଏଜୁକେଶନାଲ ସର୍ଭିସେସ୍ ଫାଉଣ୍ଡେଶନର ପ୍ରତିଷ୍ଠାତା ଓ ଚେୟାରମ୍ୟାନ ।