ଜୟପୁର,୧୪ା୩: ସାଇକେଲରେ ସର୍ବାଧିକ ପଥ ଅତିକ୍ରମ କରିଥିବା ରାଜସ୍ଥାନ ବାରମେରର ନରପତ୍ ସିଂ ରାଜପୁରୋହିତ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ରାଜପୁରୋହିତ ୨୦୧୯ ଜାନୁୟାରୀରେ ଜମ୍ମୁରୁ ନିଜର ସାଇକେଲ ଯାତ୍ରା ଆରମ୍ଭ କରି ୨୦୨୨ ଏପ୍ରିଲରେ ଜୟପୁରରେ ଶେଷ କରିଥିଲେ। ସେ ମୋଟ ୩୦,୧୨୧.୬୪ କିଲୋମିଟର ସାଇକେଲ ଯାତ୍ରା କରିଛନ୍ତି, ଯାହାକି ବର୍ତ୍ତମାନ ସୁଦ୍ଧା ଦୀର୍ଘତମ ସାଇକେଲ ଚାଳନା। ସେ ଦେଶର ୨୯ଟି ରାଜ୍ୟ ଦେଇ ସାଇକେଲ ଚଳାଇଥିଲେ। କୋଭିଡ୍ ମହାମାରୀ ଯୋଗୁ ଯାତ୍ରାକୁ ତାମିଲନାଡୁରେ ୪ ମାସ ସ୍ଥଗିତ ରଖିଥିଲେ। ଯାତ୍ରା ସମୟରେ ସେ ୯୩ ହଜାର ଚାରା ରୋପଣ କରିଛନ୍ତି।