ଲକ୍ଷ୍ନୌ:ଉତ୍ତର ପ୍ରଦେଶର ୧୦୬ ବର୍ଷୀୟ କହ୍ନେୟା ଲାଲ୍ ଗୁପ୍ତା ୬୧ ଥର ଉତ୍ତର-ପୂର୍ବ ରେଲଓ୍ବେ ମଜ୍ଦୁର ୟୁନିୟନ୍ (ନେର୍ମୁ) ନିର୍ବାଚନ ଜିତି ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି। କହ୍ନେୟା ଲାଲ ଏବେ ବିଶ୍ୱର ସବୁଠାରୁ ବୟସ୍କ ଟ୍ରେଡ୍ ୟୁନିୟନ୍ ଲିଡର। ସେ ଭି.ଭି. ଗିରିଙ୍କ ସମେତ ଜେ.ପି. ନାରାୟଣଙ୍କ ଭଳି ବରିଷ୍ଠ ନେତାଙ୍କ ସହ କାମ କରିଛନ୍ତି। ୧୯୪୬ରେ ସେ ପ୍ରଥମ କରି ନେର୍ମୁରେ ଜେନେରାଲ ସେକ୍ରେଟାରି ପଦ ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ୧୦ ବର୍ଷ ସେ ଭାରତୀୟ ସେନାରେ କାମ କରିଛନ୍ତି। ନେର୍ମୁରେ ଯୋଗ ଦେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ଥର ଟ୍ରେଡ୍ ୟୁନିୟନ୍ ନିର୍ବାଚନ ସେ ଲଢ଼ିବା ସହ ଜିତି ଆସୁଛନ୍ତି।