Categories: ଜାତୀୟ

ବିଷାକ୍ତ ମଦ ପିଇବା ଘଟଣା, ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି: ୧୪ ଗିରଫ

ଅହମଦାବାଦ,୨୭।୭: ଗୁଜୁରାଟର ବାଟୋଡ୍‌ଠାରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ପୋଲିସ ଏହି ମାମଲାରେ ତଦନ୍ତକୁ ଜୋରଦାର କରିଥିବା ବେଳେ ଏପର୍ଯ୍ୟନ୍ତ ୧୪ଜଣଙ୍କୁ ଗିରଫ କରିଛି। ବିଷାକ୍ତ ମଦ ଯୋଗୁ ହୋଇଥିବା ମୃତ୍ୟୁର ଏହି ଘଟଣା ପରେ ସମଗ୍ର ଗୁଜରାଟରେ ଭୟର ବାତାବରଣ ଖେଳିଯାଇଛି। ମଦ ଦୁର୍ନୀତିକୁ ନେଇ ପୋଲିସ କହିବା ଅନୁଯାୟୀ, ମଦ୍ୟପାନ କରାଯାଇ ନ ଥିଲା, କିନ୍ତୁ ଲୋକମାନେ ପାଣି ମିଶାଇ ରାସାୟନିକ ପିଇଥିଲେ। ରାସାୟନିକ ଯୋଗାଣ କରୁଥିବା ଜୟଶଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପଟେ ଏହି ମାମଲାରେ ରାଜନୀତି ଏବେ ସରଗରମ ହୋଇଛି। ଗୁଜୁରାଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବା ଆମ ଆଦମୀ ପାର୍ଟି(ଏଏପି) ଏବେ ମଦ ଦୁର୍ନୀତିକୁ ନେଇ ଭାଜପା ଉପରେ ବର୍ଷିଛି। ଏଥିସହ ବୁଧବାର ଦିଲ୍ଲୀରେ ଭାଜପା ମୁଖ୍ୟାଳୟକୁ ଘେରାଉ କରାଯିବ ବୋଲି ଏଏପି ଘୋଷଣା କରିଛି। ଅନ୍ୟପକ୍ଷରେ ଗୁଜୁରାଟ ଗସ୍ତରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ମଧ୍ୟ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି, ତଥାପି ବେଆଇନ ମଦ ବିକ୍ରି ହେଉଛି। ମଙ୍ଗଳବାର କେଜ୍‌ରିଓ୍ବାଲ ଭାବନଗରର ଏକ ହସ୍ପିଟାଲ ପରିଦର୍ଶନ କର ବିଷାକ୍ତ ମଦ ପିଇବା ପରେ ଅସୁସ୍ଥ ହୋଇଥିବା ଲୋକଙ୍କୁ ଭେଟିଥିଲେ।

Share