Categories: ଜାତୀୟ

ଅହମ୍ମଦବାଦର ରାଜସ୍ଥାନ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ

ଅହମ୍ମଦବାଦ,୩୦।୭: ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ୧୦୦ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ।

ଅହମ୍ମଦାବାଦର ସାହିବାଗ ସ୍ଥିତ ରାଜସ୍ଥାନ ହସ୍ପିଟାଲର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୪,୩୦ ସମୟରେ ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଧୂଆଁ ପୁରା ବେସମେଣ୍ଟରେ ବ୍ୟାପି ଯାଇଥିଲା। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ୧୦୦ ରୋଗୀଙ୍କୁ ଡାକ୍ତରଖାନାରୁ ନିରାପଦରେ ସ୍ଥାନାନ୍ତର କରାଯାଇଛି।

Share