Categories: ଖେଳ

ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ଗୁଜରାଟ

ଅହମଦାବାଦ,୮ା୫: ଆଇପିଏଲ୍‌-୨୦୨୩ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ବର୍ଥ ସୁରକ୍ଷିତ କରିଛି ଗୁଜରାଟ ଟାଇଟନ୍ସ। ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫୬ ରନ୍‌ରେ ପରାସ୍ତ କରିଥିଲା। ୧୧ତମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ କରିଛି ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୨ ଉଇକେଟରେ ୨୨୭ର ବିଶାଳ ସ୍କୋର କରିଥିବା ବେଳେ ଲକ୍ଷ୍ନୌ ୨୦ ଓଭରରେ ୭ ଉଇକେଟ ହରାଇ ୧୭୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share