Categories: ଜାତୀୟ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ନୂଆଦିଲ୍ଲୀ,୩।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ରାଜ୍ୟର ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ଡିସେମ୍ବର ୮ରେ ଭୋଟ ଗଣନା କରାଯିବ। ଗୁଜରାଟରେ ବର୍ତ୍ତମାନ ଚାରି କୋଟି ୯୦ ଲକ୍ଷ ଭୋଟର ଅଛନ୍ତି। ଏଥର ୫୧ ହଜାର ୭୮୨ ହଜାର ମତଦାନ କେନ୍ଦ୍ର ନିର୍ମାଣ କରାଯାଇଥିବା ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟ ର୍ନିବାଚନ କମିଶନର ରାଜୀବ କୁମାର ଖବରଦାତା ସମ୍ମିଳନୀରେ କହିଛନ୍ତି, ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ତିନି ଲକ୍ଷ ୨୪ ହଜାର ୪୨୨ ନୂତନ ଭୋଟର ଭୋଟ ଦେବେ। ରାଜ୍ୟରେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୫୧,୭୮୨ ଅଟେ।
ଗୁଜରାଟରେ ବର୍ତ୍ତମାନ ଚାରି କୋଟି ୯୦ ଲକ୍ଷ ଭୋଟର ଅଛନ୍ତି। ପ୍ରତ୍ୟେକ ବୁଥରେ ହାରାହାରି ୯୪୮ ଭୋଟର ଅଛନ୍ତି। ଏଥିମଧ୍ୟରୁ ୧୦ ହଜାର ୪୬୦ ଭୋଟରଙ୍କ ବୟସ ୧୦୦ ବର୍ଷରୁ ଅଧିକ। ଏଥି ସହିତ, ନଅ ଲକ୍ଷ ୮୭ ହଜାର ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ। ଏଥି ସହିତ ଚାରି ଲକ୍ଷ ୬୧ ହଜାରରୁ ଅଧିକ ଯୁବକ ଭୋଟର ଅଛନ୍ତି। କେବଳ ମହିଳାମାନଙ୍କ ପାଇଁ ୧୨୭୪ ମତଦାନ ବୁଥ ସ୍ଥାପନ କରାଯିବ। ରାଜ୍ୟରେ ଚାରି ଲକ୍ଷ ଚାରି ହଜାର ୮୦୨ ଭିନ୍ନକ୍ଷମ ଭୋଟର ଅଛନ୍ତି। ଭିନ୍ନକ୍ଷମଙ୍କ ପାଇଁ ୧୮୩ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।

Share