ନୂଆଦିଲ୍ଲୀ,୨୬।୬: କର୍ଣ୍ଣାଟକରେ ମାଲାବାର ପରଟା ଉପରେ ୧୮% ଜିଏସ୍ଟି ଲଗାଯାଇଥିଲା। ଏବେ ଗୁଜରାଟରେ ପପ୍କର୍ଣ୍ଣ ଉପରେ ୧୮% ଜିଏସ୍ଟି ନେଇ ବିଜ୍ଞପ୍ତି ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ପପ୍କର୍ଣ୍ଣ ଉପରେ ୧୮% ଜିଏସ୍ଟି ଲଗାଯିବ ବୋଲି ଗୁଜରାଟର ଅଥରିଟି ଅଫ୍ ଆଡଭାନ୍ସ ରୁଲିଂ(ଏଏଆର୍) ସ୍ପଷ୍ଟ କରିଛି।
ପ୍ରକାଶ ଯେ, କେନ୍ଦ୍ର ସରକାର ଦେଶରେ ଓ୍ବାନ୍ ନେସନ୍, ଓ୍ବାନ୍ ଟ୍ୟାକ୍ସ ନିୟମ ଅନୁଯାୟୀ ଜିଏସ୍ଟି ଲାଗୁ କରିଛନ୍ତି। ହେଲେ କିଛି ନିୟମ ପରିବର୍ତ୍ତନ କରାଯାଉଥିବାରୁ ଭ୍ରମ ଉପୁଜୁଛି।