Categories: ଜାତୀୟ

କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ: ଆଇସିୟୁରେ ଥିଲେ ୭୦ ରୋଗୀ

ଗାନ୍ଧୀନଗର,୧୨।୫: ଗୁଜରାଟର ଭବନଗରରେ ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୨ ଟା ସମୟରେ ହୋଟେଲର ତୃତୀୟ ମହଲାର ଏକ କୋଠରୀରେ ନିଆଁ ଲାଗିଯାଇଥିଲା। ସହରର କାଲୁବା ରୋଡରେ ଥିବା ଜନରେସନ ଡାକ୍ତରଖାନାରେ ୭୦ ଜଣ ରୋଗୀ କୋଭିଡ ୱାର୍ଡରେ ଭର୍ତ୍ତି ଥିଲେ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। କିଛି ସମୟ ପରେ କୋଭିଡ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାମ୍ପ୍ରତିକ ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ତୃତୀୟ ମହଲାରୁ କରୋନା ପଜିଟିଭ ରୋଗୀଙ୍କୁ ଉଦ୍ଧାର କରିଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

Share