Categories: ଜାତୀୟ

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପାଟିଲଙ୍କ ଦମ୍ଭୋକ୍ତି: ‘ ଗୋଟିଏ ସିଟ୍‌ରେ ହାରିଲେ ଭାଜପାରୁ ଇସ୍ତଫା ଦେଇଦେବି’

ଅହମ୍ମଦାବାଦ,୪।୯: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଅଧ୍ୟକ୍ଷ ସିଆର୍‌ ପାଟିଲ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାଜପା ଗୁଜରାଟ ବିଧାନସଭାରେ ସମସ୍ତ ସିଟ୍‌ରେ ଜିତିବ। ଯଦି ଦଳ ଗୋଟିଏ ବି ସିଟ୍‌ରେ ହାରେ ତେବେ ସେ ଉକ୍ତ ଦିନ ହିଁ ରାଜ୍ୟ ଭାଜପା ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେବେ। ଏହାଛଡ଼ା ସେ କୌଣସି କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରିବାର ସୁଯୋଗ ଦେବେ ନାହିଁ ବୋଲି ସେ କହିଛନ୍ତି।

ତେବେ ୧୯୮୯ ଡିସେମ୍ବର ୮ ତାରିଖରେ ସିଆର୍‌ ପାଟିଲ ପୋଲିସରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ। ସେ ସୁରଟ ଭାଜପାରେ ୬ ବର୍ଷ ଯାଏ କୋଷାଧ୍ୟକ୍ଷ ଥିଲେ। ପରେ ସେ ସୁରଟ ୟୁନିଟ୍‌ର ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୧୯୯୫ରେ ଗୁଜରାଟରେ କେଶୁଭାଇ ପଟେଲଙ୍କ ସରକାରରେ ଜିଆଇଡିସିର ଅଧ୍ୟକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୦୯ରେ ପ୍ରଥମ ଲୋକ ସଭା ନିର୍ବାଚନ ଲଢ଼ିଥିଲେ। ଏହାପରେ ସେ ଏବେ ପର୍ଯ୍ୟନ୍ତ ଏମ୍‌ପି ରହିଛନ୍ତି। ସେ ଜାତିବାଦ ରାଜନୀତିକୁ ପସନ୍ଦ କରନ୍ତି ନାହିଁ। ଏପରିକି ଏପରି ହୋଇଥିଲେ ସେ ଗୁଜରାଟ ଭାଜପାର ଅଧ୍ୟକ୍ଷ ହୋଇ ନ ଥାନ୍ତେ ବୋଲି କହିଛନ୍ତି। ମୋଦିଙ୍କ ନିକଟତର ବୋଲି କୁହାଯାଉଥିବା ପାଟିଲ ନିର୍ବାଚନକୁ ନେଇ ଭିନ୍ନ ଦାବି କରିଛନ୍ତି। ଦଳ ଯଦି ୨୬ ଲୋକ ସଭା ସିଟ୍‌ରୁ ୨୬ରେ ଜିତୁଛି ତେବେ ବିଧାନସଭାରେ କାହିଁକି ନୁହେଁ ବୋଲି ସେ ମଧ୍ୟ କହିଛନ୍ତି।

Share