Categories: ଜାତୀୟ

ଗୁଜରାଟରେ ବାଜି ମାରିଲା ଭାଜପା, ରୂପାନି କହିଲେ ଏହା କେବଳ ଟ୍ରେଲର

ଗାନ୍ଧିନଗର,୧୦ ।୧୧: ଗୁଜରାଟରେ ହୋଇଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ୮ ଆସନରେ ବିଜୟର ଦ୍ୱାର ଦେଶରେ ଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି ଏହା କେବଳ ଟ୍ରେଲର ମାତ୍ର । ଏହାପରେ ପଞ୍ଚାୟତ ନିର୍ବାଚନ, ମହାନଗର ନିଗମ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଦଳ ଜୋରଦାର ପ୍ରଦର୍ଶନ କରିବ । ସେ କହିଛନ୍ତି ଉପ ନିର୍ବାଚନରେ କଂଗ୍ରେସର ପରାଜୟ ତା ନୌକାର ଶେଷ ସାହାରା ବୋଳି ପ୍ରମାଣିତ ହେବ । କଂଗ୍ରେସ, ଭୋଟରଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରି ଭୋଟ ହାତେଇବାକୁ ଚେଷ୍ଟା କରୁଛି ସତ ହେଲେ ଗୁଜରାଟ ଜନତା ଏହାକୁ ସଫଳ କରାଇ ଦେଲେନି ।

Share