Categories: ଖେଳ

ଗୁଜରାଟ, ଚେନ୍ନାଇ ବିଜୟୀ

ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ସିଜନ-୨ର  ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍‌ ଗନ୍ସ ବିଜୟୀ ହୋଇଛି। ଦିବସର ପ୍ରଥମ ମ୍ୟାଚରେ ଚେନ୍ନାଇ କୁଇକ୍‌ ଗନ୍ସ ୩୧-୨୭ ପଏଣ୍ଟରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କରିଛି। ମ୍ୟାଚରେ ରାମଜୀ କଶ୍ୟପ ଓ ସଚିନ ଭାରଗୋ ଚମତ୍କାର ପ୍ରଦର୍ଶନ କରିଥିଲେ। ରାମଜୀ ୮ ପଏଣ୍ଟ ହାସଲ କରିଥିଲେ। ଏଥିସହିତ ଚଳିତ ଲିଗରେ ତାଙ୍କର ମୋଟ ପଏଣ୍ଟ ସଂଖ୍ୟା ୩୦ରେ ପହଞ୍ଚତ୍ଛି। ସେ ମ୍ୟାଟରେ ଏକ ମିନିଟରୁ ଅଧିକ ସମୟ ରହି ଦଳ ପାଇଁ ଡ୍ରିମ ରନ ବୋନସ ପଏଣ୍ଟ ମଧ୍ୟ ହାସଲ କରିଥିଲେ। ଏଥିସହିତ ରାମଜୀ ଲିଗରେ ସର୍ବୋତ୍ତମ ଆଟାକର ଏବଂ ତେଲୁଗୁ ୟୋଦ୍ଧାସର ଆଦିତ୍ୟ ଗଣପୁଲେଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପାଇଁ ସମ୍ମାନିତ କରାଯାଇଛି। ଓଡିଶା ଜଗରନଟ୍ସ ଦୀପକ ସାହୁଙ୍କୁ ସର୍ବୋତ୍ତମ ପୋଲ ଡାଇଭ, ତେଲୁଗୁ ୟୋଦ୍ଧାସର ରାହୁଲ ମଣ୍ଡଳଙ୍କୁ ଚଳିତ ସିଜନ ପାଇଁ ଶ୍ରେଷ୍ଠ ସ୍କାଏଡାଇଭ ପାଇଁ ସମ୍ମାନିତ କରାଯାଇଥିବା ବେଳେ ମୁମ୍ବାଇ ଖିଲାଡିସର ରୋକେସନ ସିଂହଙ୍କୁ ଶ୍ରେଷ୍ଠ ଡଜର ସମ୍ମାନ ଦିଆଯାଇଛି। ଚେନ୍ନାଇ କୁଇକ୍‌ ଗନ୍ସ ଆସନ୍ତା ଶନିବାର ମୁମ୍ବାଇ ଖିଲାଡିସକୁ ୍‌ଏବଂ ଡିଫେଣ୍ଡିଂ ଚାମ୍ପିୟନ ଓଡିଶା ଜଗରନଟ୍ସ ପ୍ରତିପକ୍ଷ ଗୁଜରାଟ ଜାଏଣ୍ଟ୍ସ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବ।
ଦିବସର ଦ୍ୱିତୀୟ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ୪୧-୨୪ ପଏଣ୍ଟରେ ତେଲୁଗୁ ୟୋଦ୍ଧାସକୁ ହରାଇ ବୃହତ୍‌ ବିଜୟ ହାସଲ କରିଛି। ବିଜୟୀ ଦଳ ପକ୍ଷରୁ ସଙ୍କେତ କଦମ ୨ଟି ସ୍କାଏଡାଇଭ ଓ ୨ଟି ପୋଲ ଡାଇଭ ସମେତ ୧୨ ପଏଣ୍ଟ ହାସଲ କରିଥିଲେ। ରାଜବର୍ଦ୍ଧନ ପାଟିଲ, ସୁୟାଶ ଗରଗାଟେ ଓ ଅଭିନନ୍ଦନ ପାଟିଲ ମ୍ୟାଟରେ ୬ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରହି ଗୁଜରାଟର ବିଜୟରେ ଯୋଗଦାନ ଦେଇଥିଲେ।

Share