Categories: ଜାତୀୟ

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଅହମଦାବାଦ,୧୫।୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଚେତା ହରାଇ ଥିଲେ। ତାଙ୍କ ମୁଣ୍ଡ ବୁଲାଇବାରୁ ଏଭଳି ହୋଇଥିଲା। ଏହାପରେ ତାଙ୍କୁ ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ଚିକିତ୍ସା ଲାଗି ଭତ୍ତର୍ର୍ି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ପକ୍ଷରୁ ସୋମବାର ଜାରି ହୋଇଥିବା ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି। ତାଙ୍କର ଇସିଜି, ଇକୋ,ସିଟି ସ୍କାନ୍‌, ଅକ୍ସିଜେନସ୍ତର ଆଦି ସ୍ବାଭାବିକ ରହିଛି। ଅତ୍ୟଧିକ ପରିଶ୍ରମ, ହାଲିଆ ଏବଂ ଡିହାଇଡ୍ରେଶନ ଯୋଗୁ ରୁପାଣି ଚେତା ହରାଇ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

Share