Categories: ଜାତୀୟ

ରାମଲାଲାଙ୍କ ପାଇଁ ୧୧ କୋଟି ଟଙ୍କାର ମୁକୁଟ ଦାନ କଲେ ଏହି ହୀରା ବ୍ୟବସାୟୀ

ଲକ୍ଷୌ,୨୩।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଲାଗି କୋଟି କୋଟି ଟଙ୍କାର ଦାନ ମିଳୁଛି। ଗୁଜରାଟ ସୁରଟର ଜଣେ ହିରା ବ୍ୟବସାୟୀ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ଉପହାରରେ ଦେଇଛନ୍ତି। ଗ୍ରୀନ୍‌ ଲାବ୍‌ ଡାଇମଣ୍ଡ କମ୍ପାନୀର ମାଲିକ ମୁକେଶ ପଟେଲ ୬ କିଲୋଗ୍ରାମ ଓଜନର ମୁକୁଟ ଦାନରେ ଦେଇଛନ୍ତି।

ମୁକୁଟରେ ୪ କିଲୋଗ୍ରାମର ସୁନା ରହିଥିବା ବିଭିନ୍ନ ଆକାରର ହୀରା, ମାଣିକ, ମୋତି ଏବଂ ନୀଲମ ଲାଗିଛି।

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମନ୍ଦିରର ମୁଖ୍ୟ ପୂଜାରୀ ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟିଙ୍କ ଉପସ୍ଥିତିରେ ସେ ଏହି ମୁକୁଟ ଦେଇଥିଲେ।

Share