ଗାନ୍ଧିନଗର,୨୫ ।୧୦: ଗୁଜରାଟ ବିଧାନସଭାକୁ ଆଖି ଆଗରେ ରଖି ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଇତି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ହୋଇପାରେ ବୋଲି କୁହାଯାଉଛି । ଏହି ନିର୍ବାଚନ ୨ଟି ପର୍ଯ୍ୟାୟରେ ହୋଇପାରେ ।
ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇପାରେ । ଆଉ ଭୋଟ ଗଣତି ହିମାଚଳ ପ୍ରଦେଶ ସହ ମିଶି ୮ ଡିସେମ୍ବରରେ କରାଯିବ ।
୧୪ତମ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୧୮ ଫେବୃୟାରୀ ୨୦୨୩ରେ ଶେଷ ହେବ । ଏହାପୂର୍ବରୁ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ନିର୍ବାଚନ ଡିସେମ୍ବର ୨୦୧୭ରେ ହୋଇଥିଲା । ଭାରତୀୟ ଜନତା ପାର୍ଟି (ଭାଜପା) ନିର୍ବାଚନରେ ବିଜୟୀ ହୋଇ ରାଜ୍ୟରେ ବିଜୟ ରୂପାନୀଙ୍କ ନେତୃତ୍ୱରେ ସରକାର ଗଠନ କରାଯାଇଥିଲା ।