Categories: ଜାତୀୟ

ଗୁଜରାଟରେ କଂଗ୍ରେସର ଶୋଚନୀୟ ପରାଜୟ: ଇସ୍ତଫା ଦେଲେ ପ୍ରଭାରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟରେ ଶୋଚନୀୟ ପରାଜୟର ପରେ ଗୁଜରାଟ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଥିଲେ।
ଗୁଜରାଟ ଦାୟିତ୍ୱରେ ଥିବା ରଘୁ ଶର୍ମା ଦଳର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖି କହିଛନ୍ତି, ଗୁଜରାଟ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପାଇଁ ମୁଁ ଦାୟୀ ଏବଂ ଏହି କାରଣରୁ ମୁଁ ମୋର ପଦରୁ ଇସ୍ତଫା ଦେଉଛି। ମୋର ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ।
ସୂଚନାଯୋଗ୍ୟ,ଗୁଜରାଟରେ ଭାଜପା ୧୫୮ଟି ଆସନରେ ଆଗୁଆ ରହିଛି ଏବଂ କଂଗ୍ରେସ କେବଳ ୧୬ଟି ଆସନରେ ସୀମିତ ଥିବା ଜଣାପଡିଛି। ଏଥିସହିତ ଆମ ଆଦମୀ ପାର୍ଟି ପାଞ୍ଚଟି ଆସନରେ ଆଗୁଆ ରହିଛି। ଗୁଜରାଟରେ ତିନୋଟି ସିଟ ଅନ୍ୟାନ୍ୟ ଦଳ ପାଖକୁ ଯାଉଥିବା ଜଣାପଡିଛି।

Share