
ଅହମ୍ମଦାବାଦ,୧୮।୩: ଗୁଜରାଟରେ ପ୍ରଥମ ଶ୍ରେଣୀରୁ ଛାତ୍ରୀଛାତ୍ରଙ୍କ ପାଇଁ ଇଂରାଜୀ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠ୍ୟକ୍ରମରେ ଭାଗବତ ଗୀତାକୁ ସାମିଲ କରାଯିବ। ଏ ନେଇ ଗୁଜରାଟ ଶିକ୍ଷା ମନ୍ତ୍ରୀ ଜିତୁ ଭଘାନି ଘୋଷଣା କରିଛନ୍ତି।
ଗୁରୁବାର ଶିକ୍ଷା ବଜେଟ୍ ଉପରେ ଆଲୋଚନା ବେଳେ ଗୁଜରାଟ ଶିକ୍ଷା ମନ୍ତ୍ରୀ ଉପରୋକ୍ତ ଘୋଷଣା କରିଥିଲେ। ଜାତୀୟ ଶିକ୍ଷା ପଲିସି, ୨୦୨୦ ଅନୁଯାୟୀ ଏ ସବୁ ପରିବର୍ତ୍ତନକୁ କାର୍ଯ୍ୟକାରୀ କରାଯିବ।
ଆସନ୍ତା ଜୁନରୁ ଆରମ୍ଭ ହେବାକୁ ଯାଉଥିବା ନୂଆ ଏକାଡେମିକ୍ ସେସନରେ ଗୀତାକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଏକ ସଂକଳ୍ପ ନାମ ଆଗତ କରିଥିଲେ। “ସ୍କୁଲ ଶିକ୍ଷାରେ ଭାରତୀୟ ପରମ୍ପରା ଏବଂ ଜ୍ଞାନ ପ୍ରଣାଳୀ ସାମିଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭାଗବତ ଗୀତାର ମୂଲ୍ୟବୋଧ ଏବଂ ନୀତିଗୁଡ଼ିକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀରୁ ଅନ୍ତର୍ଭୁକ୍ତ କରାଯିବ, ଯାହା ଫଳରେ ସେମାନେ ବୁଝିବାକୁ ସକ୍ଷମ ହେବେ” ବୋଲି ସଂକଳ୍ପ ନାମରେ କୁହାଯାଇଛି।