Categories: ଜାତୀୟ

ଗୁଜରାଟରେ ହୁ ହୁ ହୋଇ ଜଳୁଛି ପ୍ଲାଷ୍ଟିକ କାରଖାନା: ଦେଖନ୍ତୁ ଭିଡିଓ

ଗୁଜରାଟ,୧୪।୧୧-ଗୁଜରାଟର ଭାଲସାଡରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି। ତେବେ କାରଖାନାରେ କିପରି ଅଗ୍ନିକାଣ୍ଡର ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଖବରଲେଖା ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Share