ନୂଆଦିଲ୍ଲୀ,୮ ।୧୧: ଗୁଜରାଟର ମୋରବି ପୋଲ ଦୁର୍ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋରବି ପୋଲ ଦୁର୍ଘଟଣା ଘଟଣା ଗୁଜରାଟର ନାଁକୁ ମାଟିରେ ମିଶାଇ ଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାକୁ ନେଇ ସରକାରଙ୍କ ପକ୍ଷରୁ ଏବେ ପର୍ଯ୍ୟନ୍ତ ନା କେହି କ୍ଷମା ମାଗିଲେଣି ନା କେହି ଇସ୍ତଫା ଦେଲେଣି । ସୂଚନାଯୋଗ୍ୟ, ଏଇ କିଛିଦିନ ପୂର୍ବରୁ ମୋରବି ପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହାକୁ ନେଇ ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଗୁଜରାଟ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୁହେଁ ବରଂ ଦିଲ୍ଲୀରୁ ଚାଲିଛି । ଏହି ସମୟରେ ଚିଦାମ୍ବରମ ଆମ ଆଦମୀ ପାର୍ଟି(ଏଏପି)କୁ ବି ଟାର୍ଗେଟ କରିଛନ୍ତି । ଚିଦାମ୍ବରମ କହିଛନ୍ତି, ଯଦି ଆପଣ ଦିଲ୍ଲୀର ଜଳବାୟୁ ଉପରେ ବିଶ୍ୱାସ କରୁଛନ୍ତି ତେବେ ଗୁଜରାଟରେ ଅରବିନ୍ଦ କେଜରିୱାଲଙ୍କୁ ଭୋଟ ଦିଅନ୍ତୁ ନାହିଁ ।
Posted inଜାତୀୟ