Categories: ଖେଳ

୧୯୩ ରନ୍‌ର ଟାର୍ଗେଟ୍‌ ଦେଲା ଗୁଜରାଟ

ମୁମ୍ବାଇ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ମାପ୍‌ଚୁପ୍‌ ବୋଲିଂ କରିଥିଲେ ବୋଲର। ହେଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮୭ ରନ୍‌ର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୨ ରନ୍‌ କରିଛି। ରାଜସ୍ଥାନ ଆଗରେ ବିଜୟ ପାଇ ୧୯୩ ରନ୍‌ର ଟାଗେର୍ଟ ରଖିଛି ଗୁଜରାଟ।

ଗୁଜରାଟର ଦୁଇ ଓପନର୍‌ ମାଥ୍ୟୁ ୱେଡ ଏବଂ ଶୁବ୍‌ମାନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ମାଥ୍ୟୁ ୱେଡ ୧୨ ରନ୍‌ କରି ରନ୍‌ଆଉଟ ହୋଇଥିଲେ। ସେହିପରି ଶୁବମାନ ଗିଲ ମଧ୍ୟ ବିଶେଷ କିଛି କରି ପାରି ନ ଥିଲେ। ୧୩ ରନ୍‌ କରି ରିୟାନ ପରାଗଙ୍କ ବଲ୍‌ରେ ସେ ଆଉଟ ହୋଇଥିଲେ। ବିଜୟ ଶଙ୍କର ମଧ୍ୟ ୩ ରନ୍‌ କରି ଫେଲ ମାରିଥିଲେ। ହେଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନାଭ ମନୋହର ଧର୍ଯ୍ୟର ସହ ଖେଳି ଦଳର ପାଲିକୁ ସମ୍ଭାଳି ଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୫୨ ବଲ୍‌ରେ ୮୭ ରନ୍‌(୮ ଚଉକା ଏବଂ ୪ ଛକା) ଏବଂ ଅଭିନାଭ ୨୮ ବଲ୍‌ରେ ୪୩ ରନ୍‌ର (୪ ଚଉକା ଏବଂ ୨ ଛକ) ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେହିପରି ଡେଭିଡ ମିଲର ୧୪ ବଲ୍‌ରେ ୩୧ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଫଳରେ ଗୁଜରାଟ ୧୯୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ରାଜସ୍ଥାନର କୁଲଦୀପ ସେନ, ୟୁଜଭେନ୍ଦ୍ର ଚହଲ, ରିୟାନ ପରାଗ ପ୍ରମୁଖ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share