Categories: ଜାତୀୟ

ରାହୁଲଙ୍କ ମାମଲାରେ ଆଜି ରାୟ ଶୁଣାଇବେ ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ,୭।୭: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତାଦେଶ ସହ ଜଡିତ ଆବେଦନ ଉପରେ ଶୁକ୍ରବାର ରାୟ ଆସିବ। ଗୁରୁବାର ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ଜଷ୍ଟିସ ହେମନ୍ତ ପ୍ରଚ୍ଛକ ପୂର୍ବାହ୍ନ ୧୧ଟା ସମୟରେ ଏହାର ରାୟ ପ୍ରଦାନ କରିବେ।

ମାର୍ଚ୍ଚ ୨୦୧୯ରେ ରାହୁଲ ଗାନ୍ଧୀ ‘ମୋଦି’ ଉପନାମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ସଂପର୍କରେ ସୁରଟ କୋର୍ଟ ତାଙ୍କୁ ଧାରା ୫୦୪ ଅନୁଯାୟୀ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି। ଏହା ପରେ ରାହୁଲଙ୍କ ଲୋକ ସଭା ସଦସ୍ୟତା ମଧ୍ୟ ରଦ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଯଦି ହାଇକୋର୍ଟରୁ ରାହୁଲଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯାଏ, ତେବେ କଂଗ୍ରେସ ନେତାଙ୍କ ସଂସଦର ସଦସ୍ୟତା ଫେରି ପାଇବାର ପାଇଁ ରାସ୍ତା ଫିଟିଯିବ।

Share