Categories: ଜାତୀୟ

ଅରବିନ୍ଦ କେଜ୍‌ରିଓ୍ବାଲ, ସଞ୍ଜୟ ସିଂଙ୍କୁ ଝଟକା

ଅହମ୍ମଦାବାଦ,୧୨।୧୧: ଗୁଜରାଟ ହାଇକୋର୍ଟରୁ ଏଏପି ନେତା ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଡିଗ୍ରୀ ମାନହାନୀ ମାମଲାରେ ଉଭୟ ଏଏପି ନେତାଙ୍କୁ ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ହାଇକୋର୍ଟ ଗୁରୁବାର ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନି ମାମଲାରେ ମାଜିଷ୍ଟ୍ରେଟ କୋର୍ଟ ଏଏପି ନେତା ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କକୁ ସମନ ଜାରି କରିଥିଲେ।

ହାଇକୋର୍ଟ ପୂର୍ବରୁ ଟ୍ରାଏଲ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନକୁ ରଦ୍ଦ କରିବା ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ସମୟରେ ଜଷ୍ଟିସ ଜେସି ଦୋଶୀ ଗୁଜରାଟ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ଏଥିସହ ଏହି ମାମଲାର ବିସ୍ତୃତ ଶୁଣାଣି ପାଇଁ ନଭେମ୍ବର ୩ ତାରିଖ ମଧ୍ୟ ଦିଆଯାଇଛି।

Share