Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ମାମଲାରେ କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୧୧: ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁଜରାଟ ହାଇକୋର୍ଟରୁ ଆଶ୍ୱସ୍ତି ପାାଇନାହାଁନ୍ତି। କୋର୍ଟ ଗୁରୁବାର କେଜ୍‌ରିଓ୍ବାଲଙ୍କ ସେହି ଆବେଦନକୁ ଖାରଜ କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସୂଚନା ଦେବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ର ଗୁଜରାଟ ବିଶ୍ୱବିଦ୍ୟାଳୟକୁ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିବା ଆଦେଶ ଉପରେ ସମୀକ୍ଷା କରିବାକୁ ଅପିଲ କରିଥିଲେ।

ଏହାପୂର୍ବରୁ ଜଷ୍ଟିସ ବିରେନ ବୈଷ୍ଣବଙ୍କ ପୀଠ ସମୀକ୍ଷା ଆବେଦନ ଉପରେ ସେପ୍ଟେମ୍ବର ୩୦ରେ ନିଜର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୩୧ରେ ଜଷ୍ଟିସ ବୈଷ୍ଣବ ସିଆଇସିର ଆଦେଶକୁ ବାତିଲ କରିଥିଲେ ଯେଉଁଥିରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଆରଟିଆଇ ଅଧୀନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପିଏମ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ବ୍ୟତୀତ କୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ।

 

Share