କରୋନାରେ ଗୁଜରାଟ ବିଚାରପତିଙ୍କ ଦେହାନ୍ତ

ଅହମ୍ମଦାବାଦ, ୬ା୧୨: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଜି. ଆର୍‌ ଉଦ୍‌ଓ୍ବାନି(୫୯)ଙ୍କର ଶନିବାର ଦେହାନ୍ତ ହୋଇଛି। ଗତ ନଭେମ୍ବର ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୨୨ରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ସକାଳ ପ୍ରାୟ ୭ଟାରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସେ ଫୁସ୍‌ଫୁସ୍‌ ସଂକ୍ରମଣ ସହ ହାଇପୋଥାଇରଏଡିଜିମ୍‌ ରୋଗରେ ମଧ୍ୟ
ପୀଡ଼ିତ ଥିଲେ। ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ଗତ ୩ ତାରିଖରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସା ସମୟରେ ରେମଡେସିଭିର ଇଞ୍ଜେକଶନ ସହ ତାଙ୍କୁ ପ୍ଲାଜମା ଥେରାପି ମଧ୍ୟ ଦିଆଯାଇଥିଲା। ଜଷ୍ଟିସ୍‌ ଉଦ୍‌ଓ୍ବାନି ରେଜିଷ୍ଟ୍ରାର ଜେନେରାଲ ଭାବେ ନିଯୁକ୍ତି ପାଇବା ପରେ ୧୨ ନଭେମ୍ବର ୨୦୧୨ରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ୧୦ ଜୁଲାଇ ୨୦୧୪ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

Share