Categories: ଜାତୀୟ

ଗୁଜରାଟ ଜୁନାଗଡ଼ରେ ଭାଙ୍ଗିଲା ଦୁଇ ମହଲା ଘର, ଅନେକ ଲୋକ ଦବି ହୋଇଥିବା ଆଶଙ୍କା

ଜୁନାଗଡ଼,୨୪।୭: ଗୁଜରାଟରେ ଲଗାଣ ବର୍ଷା ଗୋଟିଏ ପରେ ଗୋଟିଏ ବିପଦ ସୃଷ୍ଟି କରି ଚାଲିଛି। ଏବେ ପର୍ଯ୍ୟନ୍ତ ଏହି ବର୍ଷାରେ ବହୁ ପରିମାଣରେ ଧନ ଜୀବନ କ୍ଷୟକ୍ଷତି ହେଲାଣି। ଇତିମଧ୍ୟରେ ଗୁଜରାଟର ଜୁନାଗଡ଼ରେ ଏକ ବଡ ଦୁର୍ଘଟଣା ଘଟିଛି। ଜୁନାଗଡ଼ରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିବାରୁ ଏହାତଳେ ବେହୁ ଲୋକ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି।

ଏହି ଦୁର୍ଘଟଣା ଜୁନାଗଡର ଦତ୍ତର ରୋଡରେ ଘଟିଛି। ଏଠାରେ ଏକ ଜରାଜିର୍ଣ୍ଣ ଘର ଭୁଶୁଡି ପଡିଛି, ଯେଉଁଥିରେ ୪ ଜଣ ଦବି ହୋଇ ରିଂଥିବା ଅନୁମାନ କରାଯାଉଛି। ତେବେ ଭୁଷୁଡିଥିବା ଘର ତଳେ ପନିପରିବା ଦୋକାନ ଥିବାରୁ ଆହୁରି ଅଧିକ ଲୋକ ଚାପି ହୋଇ ରହିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଉ ଉଦ୍ଧାରକାରୀ ଦଳ ଭଙ୍ଗା କୋଠା ତଳେ ପୋତି ହୋଇଥିବା ଲୋକଙ୍କୁ ବାହାର କରିବାରେ ନିୟୋଜିତ ଅଛନ୍ତି। ସୂଚନା ପାଇବା ମାତ୍ରେ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରୁଛନ୍ତି।

Share