ଭାଲେଣ୍ଟାଇନ ଡେ’ରେ ପତ୍ନୀଙ୍କୁ ଜୀବନର ମୂଲ୍ୟବାନ ଉପହାର ଦେଲେ ସ୍ୱାମୀ

ଅହମଦାବାଦ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଛି । ଏହିଦିନ ପ୍ରେମିକାଙ୍କୁ ମୂଲ୍ୟବାନ ଉପହାର ଦେଇ ନିଜର ଭଲପାଇବାକୁ ବ୍ୟକ୍ତ କରୁଛନ୍ତି ପୁରୁଷ ସାଥୀ । ହେଲେ ଗୁଜରାଟର ଅହମଦାବାଦରେ ରହୁଥିବା ବିନୋଦ ପଟେଲ ତାଙ୍କ ପତ୍ନୀଙ୍କୁ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ଦେବାକୁ କଥା ଦେଇଛନ୍ତି । ବିନୋଦଙ୍କ ପତ୍ନୀ ରିତା ପଟେଲଙ୍କର ଦୁଇଟି ଯାକ କୀଡନି ନଷ୍ଟ ହୋଇ ଯାଇଛି । ଡୋନରଙ୍କୁ ଅପେକ୍ଷା କରି ବହୁ ବିଳମ୍ବ ହୋଇଯାଇଥିବା ବେଳେ ଏବେ ବିନୋଦ ନିଜେ ତାଙ୍କର ଏକ କୀଡ୍‌ନି ପତ୍ନୀଙ୍କୁ ଭାଲେଣ୍ଟାଇନ ଡେ’ ଉପହାର ଭାବେ ଦେବେ ବୋଲି କହିଛନ୍ତି । ୧୩ ଫେବୃୟାରୀରେ ଏମାନେ ଏମାନଙ୍କର ୨୩ତମ ବିବାହ ବାର୍ଷିକି ପାଳନ କରିଥିବା ବେଳେ ୧୪ ତାରିଖରେ ବିନୋଦ କୀଡନି ଦାନ କରିବେ । ଏମାନଙ୍କର ୨୨ ବର୍ଷର ଜଣେ ଝିଅ ଓ ୧୬ ବର୍ଷର ଜଣେ ପୁଅ ରହିଛନ୍ତି । ୨୦୧୭ରୁ ଏହି ଦମ୍ପତି କୀଡନି ପାଇଁ ଅପେକ୍ଷା କରିଥିବା ବେଳେ ଏପର୍ଯ୍ୟନ୍ତ ଡୋନର ନ ମିଳିବାରୁ ଭାଲେଣ୍ଟାଇନ ଡେ’ରେ ପ୍ରେମର ନିଦର୍ଶନ ଭାବେ ଏବେ ବିନୋଦ ତାଙ୍କ ପତ୍ନୀଙ୍କୁ କୀଡନି ଦାନ କରିବାକୁ ସ୍ଥିର କରିଛନ୍ତି ।

Share