Categories: ଜାତୀୟ

ବାଚସ୍ପତି ପଦ ଛାଡି ମନ୍ତ୍ରୀ ଭାବେ ନେଲେ ଶପଥ

ଗାନ୍ଧିନଗର,୧୬ ।୯: ଗୁଜରାଟରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ହେଲେ ତା’ପୂର୍ବରୁ ବଡ ଧରଣର ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲକୁ ମୁଖ୍ୟମନ୍ତ୍ରୀ ସ୍ଥାନ ଦିଆଯାଇଥିବା ବେଳେ ଗୁରୁବାର ଭୁପେନ୍ଦ୍ର ପଟେଲଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି । ଏଥିରେ ୨୪ ମନ୍ତ୍ରୀ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରେ ୧୦ କ୍ୟାବିନେଟ ଓ ୧୪ରାଜ୍ୟ ମନ୍ତ୍ରୀ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶପଥ ଗ୍ରହଣ ପୂର୍ବରୁ ବିଧାନସଭା ସ୍ପିକର ବା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଏହାର ମାତ୍ର କିଛି ସମୟ ପରେ ସେ ମନ୍ତ୍ରୀ ଭାବେ ଶପଥ ନେଲେ । ରାଜେନ୍ଦ୍ର ତ୍ରିବେଦିଙ୍କ ସ୍ଥାନରେ ଏବେ ନିମା ଆଚାର୍ଯ୍ୟଙ୍କୁ ବିଧାନସଭା ସ୍ପିକର କରି ଦିଆଯାଇଛି । ସୂଚନାଯୋଗ୍ୟ, ଗୁଜରାଟ ମନ୍ତ୍ରିମଣ୍ଡଳରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ୨୫ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ।

Share