ଅହମ୍ମଦାବାଦ୍,୩୧।୧୦:ଗୁଜରାଟର ମୋର୍ବିରେ ଝୁଲାପୋଲ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାଜକୋଟ ଭାଜପା ଏମ୍ପି ମୋହନ ଭାଇ କୁଣ୍ଡାରିଆଙ୍କ ପରିବାର ସଦସ୍ୟ ମଧ୍ୟ ଅଛନ୍ତି। ଏହି ଦୁଃଖଦ ଦୁର୍ଘଟଣାରେ ତାଙ୍କ ପରିବାରର ୧୨ ଜଣ ପ୍ରାଣ ହରାଇଛନ୍ତି।
କୁଣ୍ଡାରିଆ କହିଛନ୍ତି, ଏହି ଦୁର୍ଘଟଣାରେ ମୋ ଭଉଣୀଙ୍କ ପରିବାରର ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଭଉଣୀଙ୍କ ଯା’ଙ୍କ ୪ ଝିଅ, ୩ ଜ୍ୱାଇଁ ଏବଂ ପାଞ୍ଚ ପିଲାଙ୍କୁ ହରାଇଛୁ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଯିଏ ଏହି ଦୁର୍ଘଟଣାରେ ଦୋଷୀ, ତାଙ୍କୁ ଛଡାଯିବ ନାହିଁ। ଦୁର୍ଘଟଣା ପରେ ମୁଁ ଏଠାରେ ଅଛି। ୧୦୦ରୁ ଅଧିକ ମୃତଦେହ ମୋ ସାମ୍ନାରେ ନିଆଯାଇଛି। ତଥାପି ନଦୀରୁ ମୃତଦେହରୁ ବାହାରିବା ପ୍ରକ୍ରିୟା ଚାଲିଛି।
ସୂଚନାଯୋଗ୍ୟ, ଗୁଜରାଟ ମୋର୍ବିରେ ଝୁଲା ପୋଲ ଭାଙ୍ଗି ଯିବାରୁ ଏ ପର୍ଯ୍ୟନ୍ତ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏବେବି ହସ୍ପିଟାଲରେ ଅନେକ ଗୁରୁତରଙ୍କ ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି। ଛଠ୍ ପୂଜା ପାଇଁ ଝୁଲା ପୋଲ ଉପରେ ୪୦୦ରୁ ଅଦତ୍କ ଲୋକ ଉପସ୍ଥିତ ଥିଲେ।