Categories: ଖେଳ

ଗୁଜରାଟ-ମୁମ୍ବାଇ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ,୧୫।୨: ମେନ୍ସ ପ୍ରିମିୟର ଲିଗ୍‌ର ନିଲାମି ଶେଷ ହେବାର ଗୋଟିଏ ଦିନ ପରେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସମୁଦାୟ ୨୨ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଉଦ୍‌ଘାଟନୀ ମ୍ୟାଚରେ ସାମ୍ନସାମ୍ନି ହେବେ ଗୁଜରାଟ ଜାଏଣ୍ଟ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ମାର୍ଚ୍ଚ ୪ ତାରିଖରେ ନଭି ମୁମ୍ବାଇର ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ଉଭୟ ଦଳ ପରସ୍ପରକୁ ସାମ୍ନା କରିବେ। ମାର୍ଚ୍ଚ ୪ରୁ ୨୬ ତାରିଖ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। ଡି ଓ୍ବାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ନ ଷ୍ଟାଡୟମରେ ଏହି ମୁକାବିଲା ଗୁଡିକ ଖେଳାଯିବ। ବ୍ରାବୋର୍ନରେ ଫାଇନାଲ ଖେଳାଯିବାକୁ ଥିବା ବେଳେ ଉଭୟ ଷ୍ଟାଡିୟମରେ ୧୧ଟି ଲେଖାଏ ମ୍ୟାଚ ଖେଳାଯିବ। ଦିନରେ ଖେଳାଯିବାକୁ ଥିବା ମ୍ୟାଚ ଅପରାହ୍ନ ୩.୩୦ ଏବଂ ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ଏହା ସହିତ ଟୁର୍ନାମେଣ୍ଟରେ ସମୁଦାୟ ୫ ଦିନ ଡବଲ ହେଡର ବା ଗୋଟିଏ ଦିନରେ ଦୁଇଟି ମ୍ୟାଚ ଖେଳାଯିବ।

Share