ଅହମଦାବାଦ,୨୩ ।୨: ଗୁଜରାଟରେ ହୋଇଥିବା ୬ ନଗର ନିଗମ ନିର୍ବାଚନର ଫଳାଫଳ ମଙ୍ଗଳବାର ଘୋଷଣା କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଥିବା ବେଳେ ଅଧିକାଂଶ ସ୍ଥାନରେ ଭାରତୀୟ ଜନତା ପାର୍ଟି(ଭାଜପା) ଆଗରେ ରହିଥିବା ସୂଚନା ମିଳିଛି । ବାଲାଟ ପେପରର ଭୋଟଗଣତି ସରିବା ପରେ ଇଭିଏମରେ ଭୋଟ ଗଣତି କରାଯିବ । ୬ ମହାନଗର ନିଗମ ପାଇଁ ୫୭୫ ଆସନ ଲାଗି ପାଖାପାଖି ୨୪ଶହ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରାଯିବ । ଗୋଟିଏ ପଟେ କଂଗ୍ରେସ କର୍ମୀ ଭୋଟ ଗଣନା କେନ୍ଦ୍ର ବାହାରେ ଥିବା ବେଳେ ଭାଜପା ଗୋଟିଏ ପରେ ଗୋଟିଏ ଆସନରେ ଆଗକୁ ବଢିବା ଦେଖାଯାଇଛି । ଦିନ ପ୍ରାୟ ୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଅହମଦାବାଦରେ ଭାଜପା ୭୬ ଓ କଂଗ୍ରେସ ୨୪ ଆସନରେ ଆଗୁଆ ରହିଛନ୍ତି । ସେହିପରି ସୁରଟରେ ଭାଜପା ୫୦ କଂଗ୍ରେସରେ ୧୦ ଓ ଅନ୍ୟ ୧୯ ଆସନରେ ଆଗୁଆ ଅଛନ୍ତି । ରାଜକୋଟରେ ଭାଜପା ୪୮ ଓ କଂଗ୍ରେସ ୦, ବଡୋଦରାରେ ଭାଜପା ୩୬ ଓ କଂଗ୍ରେସ ୯ ଆସନରେ ଆଗୁଆ ରହିଥିବା ଜଣାପଡିଛି । ସେହିପରି ଜାମନଗରରେ ଭାଜପା ୨୩ କଂଗ୍ରେସ ୫ ଓ ଅନ୍ୟ ୩ ଆସନରେ ଆଗୁଆ ଅଛନ୍ତି । ଭାବନଗରରେ ଭାଜପା ୩୦ ଓ ଓ କଂଗ୍ରେସ ୮ ଆସନରେ ଆଗୁଆ ରହିଛି ।