Categories: ଜାତୀୟ

୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଗାନ୍ଧିନଗର,୨୫।୪: ଆରବ ସାଗରରୁ ପାକିସ୍ତାନୀ ଡଙ୍ଗାକୁ ଧରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସକୁ ଗୁଳି ଚଳାଇବାକୁ ପଡିଛି। ପାକ ଡଙ୍ଗାରେ ଥିବା ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ କରାଯିବା ସହ ୯ ଜଣଙ୍କୁ ଗଭିରଫ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସୋମବାର ଏହି ସୂଚନା ଦେଇଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ସମୟରେ ପାକିସ୍ତାନ ଡଙ୍ଗା ‘ଅଲ ହଜ’ ଧରାଯାଇଥିଲା। ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଉଚ୍ଚ ବେଗରେ ନେଇ ଖସିଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ଏକ ଟିମ୍‌ ଡଙ୍ଗା ସାହାଯ୍ୟରେ ସମ୍ପୃକ୍ତ ପାକିସ୍ତାନୀ ଡଙ୍ଗାର ପିଛା କରିଥିଲେ। ‘ଅଲ ହଜ’କୁ ଅଟକାଇବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀକୁ ଗୁଳି ଚଳାଇବାକୁ ପଡିଥିଲା।

Share