ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିଲା ଗୁଜରାଟ ପୋଲିସ

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରଖପୁର ଗ୍ରାମର ଜିତୁ ଓରଫ ନାରାୟଣ ଜେନା(୩୩)ଙ୍କୁ ଗିରଫ କରାଯାଇ ଶୁକ୍ରବାର ପୁରୁଷୋତ୍ତମପୁର କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନା ଆଇଆଇସି ବିପିନ ବିହାରି ହୋତାଙ୍କୁ ପଚାରିବାରୁ ନାରାୟଣ ସୁରଟରୁ ଫେରିବା ବେଳେ ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବା କହିଛନ୍ତି।

ନାରାୟଣ ହତ୍ୟାକାଣ୍ଡ ଭିଆଇବା ପରେ ସୁରଟ ଚାଲିଯାଇ ସେଠାରେ ଏକ ସୁତାକଳରେ କାର୍ଯ୍ୟ କରୁଥିଲେ। ସେତିକିବେଳେ ସୁରଟ କ୍ରାଇମ ବ୍ରାଞ୍ଚ ପୋଲିସ ଆଧାରରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିବା ନେଇ ସେଠିକାର ଗଣମାଧ୍ୟମରୁ ଜଣାପଡିଛି। ସୁରଟ ପୋଲିସ ନାରାୟଣଙ୍କୁ ଗିରଫ କରି ପୁରୁଷୋତ୍ତମପୁର ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଘଟଣାକୁ ୭ମାସ ବିତିଯାଇଥିବା ବେଳେ ଅପରାଧିମାନଙ୍କୁ ଧରିବା ଲାଗି ଓଡ଼ିଶା ପୋଲିସର ତପ୍ତରତା ରହୁ ନ ଥିବା ଅଭିଯୋଗ ହୋଇଛି। ଘଟଣାର ୪ମାସ ପରେ ଗତ ଅଗଷ୍ଟ ୧ ତାରିଖରେ ଟୁକୁନା ନାହାକ ନାମକ ଯୁବକଙ୍କୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି ଶୋଇ ରହିଥିବା ବେଳେ ବର୍ତ୍ତମାନ ଗୁଜରାଟ ପୋଲିସ ତପ୍ତରତା ଦେଖାଇ ନାରାୟଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଏପରିକି ପୋଲିସର ନିସ୍କ୍ରିୟତା ଯୋଗୁ ଏଜାବତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିକୁଳାର ସନାତନ ପ୍ରଧାନଙ୍କ ଟେର ପାଇପାରୁ ନାହିଁ ପୁରୁଷୋତ୍ତମପୁର ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ...

୩ କଂଗ୍ରେସ ନେତାଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୭ା୧୦ (ସତ୍ୟଜିତ୍‌ ରାଉତ): ୨୦୨୪ ନିର୍ବାଚନ ବେଳେ ପ୍ରଚାର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଏଲ୍‌ଇଡି ଟିଭି ଓ ଗାଡ଼ି ଯୋଗାଇ ଜଣେ ବ୍ୟବସାୟୀ ୧.୪୨...

ଜନ ଔଷଧୀ ନାମରେ ନକଲି ଔଷଧ ବିକ୍ରି ନିଷେଧ

ଭୁବନେଶ୍ୱର,୧୭ା୧୦ (ଅନୁରାଧା ମହାରଣା): ମଧ୍ୟପ୍ରଦେଶର ଭୋପାଳରେ ଜନ ଔଷଧୀ ସଂଘ ନାମରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା କେନ୍ଦ୍ର ଫାର୍ମାସ୍ୟୁଟିକାଲ୍ସ ବିଭାଗ ଅଧୀନ ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ...

ଦିଲ୍ଲୀ ବଳାତ୍କାର ଘଟଣାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୧୦(ସୁନୀତ କୁମାର ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନୂଆଦିଲ୍ଲୀ ଗସ୍ତ ସମୟରେ ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାର ବିଭିନ୍ନ ଦିଗ...

ଆଜି ହରିୟାଣା ସରକାରଙ୍କ ଶପଥ ଗ୍ରହଣରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୧୦(ସୁନିତ୍‌ ମିଶ୍ର): ହରିୟାଣାରେ ଭାଜପା ନେତୃତ୍ୱାଧୀନ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ଏନେଇ...

୧୮ରୁ ୨ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ

ପୁରୀ,୧୭ା୧୦( ଅଜିତ୍‌ କୁମାର ମହାନ୍ତି): କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୧୮ ତାରିଖରୁ ଦୁଇଟି...

୨୨ରେ ଲଘୁଚାପ ସମ୍ଭାବନା: ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର,୧୭ା୧୦ (ଅନିଲ ଦାସ): ଆସୁଛି ଆଉ ଏକ ବଡ଼ ବର୍ଷା। ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ବର୍ଷିବ। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା...

ବିଳମ୍ବରେ ପହଞ୍ଚତ୍ବାରୁ ପୋଲିସକୁ ମାଡ଼

ସୋନପୁର/ବିନିକା,୧୭।୧୦(ମୃତ୍ୟୁଞ୍ଜୟ ଶତପଥୀ/ ରାମଗୋପାଳ ବାଘ): ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଗ୍ରାମବାସୀ ମଙ୍ଗଳବାର ରାତି ସାରା କ୍ଲବ୍‌ ଘରେ ରଖିଲେ। ସୂଚନା ପାଇ ବୁଧବାର ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri