ସ୍ବାମୀ ହତ୍ୟା ଅଭିଯୋଗରେ ସ୍ତ୍ରୀ, ଝିଅଙ୍କୁ ଉଠାଇନେଲା ଗୁଜରାଟ ପୋଲିସ

ଜି.ଉଦୟଗିରି,୧୮ା୬(ଶିଶିର ପଟ୍ଟନାୟକ): ଗୁଜରାଟ ସୁରଟ ସହରର ଟିପୋଦ୍ରାଠାରେ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଟ ପୋଲିସ ରବିବାର ଜି.ଉଦୟଗିରି ପୋଲିସ ସହାୟତାରେ ଡକେଡି ଗ୍ରାମରୁ ଅଭିଯୁକ୍ତ ସ୍ତ୍ରୀ ଓ ତାଙ୍କର ଗୋଟିଏ ଝିଅଙ୍କୁ ଉଠାଇ ନେଇଛି।

ମିଳିଥିବା ସୂଚନା ମୁତାବକ, ଗୁଜୁରାଟର ସୁରଟ କୌସମ୍ବା ଥାନା ଟିପୋଦ୍ରାଠାରେ ଡକେଡି ଗ୍ରାମର ନରେଶ ନାୟକ ତାଙ୍କ ଦୁଇ ଝିଅ ଏବଂ ସ୍ତ୍ରୀଙ୍କ ସହ ରହୁଥିଲେ। ଦୁଇ ସପ୍ତାହ ତଳେ ସ୍ବାମୀ ନରେଶଙ୍କୁ କୌଣସି କାରଣ ଯୋଗୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ନରେଶଙ୍କ ସ୍ତ୍ରୀ ସବିତା ଦୁଇ ଝିଅଙ୍କ ସହ ଡକେଡିକୁ ପଳାଇ ଆସିଥିଲେ। ରବିବାର ଗୁଜୁରାଟ ପୋଲିସ ଜି.ଉଦୟଗିରିରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ନରେଶଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଆଣି ଜି.ଉଦୟଗିରି ଥାନାରେ ପଚରାଉଚରା କରିଥିଲା। ପରେ ସ୍ତ୍ରୀ ଓ ଗୋଟିଏ ଝିଅଙ୍କୁ ନେଇ ଗୁଜୁରାଟ ଯାଇଛି। ଅନ୍ୟ ଜଣେ ଝିଅ ନାବାଳିକା ହୋଇଥିବା ଯୋଗୁ ତାଙ୍କୁ ନେଇନ ଥିବା ଜି.ଉଦୟଗିରି ଆଇଆଇସି ଅଜୟ କୁମାର ସ୍ବାଇଁ କହିଛନ୍ତି।