Categories: ଜାତୀୟ

ଗୁଜରାଟରେ ଏଚ୍‌୩ଏନ୍‌୨ ଭାଇରସରେ ମହିଳାଙ୍କ ମୃତ୍ୟୁ

ଅହମ୍ମଦାବାଦ,୧୪।୩: ଦେଶରେ ଏବେ ଚିନ୍ତା ବଢାଇଲାଣି ଏଚ୍‌୩ଏନ୍‌୨ ଇନ୍‌ଫ୍ଲଏଞ୍ଜା ଭାଇରସ। ଏହି ଭାଇରସରେ ଦେଶରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟର ଜଣେ ୫୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏଚ୍‌୩ଏନ୍‌୨ ଆକ୍ରାନ୍ତ ହୋଇ ଭଡୋଦରାସ୍ଥିତ ଏସ୍‌ଏସ୍‌ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ଦେଶରେ ମୋଟ ୭ ଜଣ ଏହି ଭାଇରସରେ ପ୍ରାଣ ହରାଇ ସାରିଲେଣି। ଦେଶରେ ପ୍ରଥମ ଏଚ୍‌୩ଏନ୍‌୨ ଭାଇରସରେ କର୍ନାଟକର ହାସନ ଜିଲାର ଜଣେ ୮୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

Share