Categories: ଜାତୀୟ

ନରୋଡା ହିଂସା ମାମଲାରେ ମାୟା କୋଡନାନୀ, ବାବୁ ବଜରଙ୍ଗି ସମେତ ସମସ୍ତ ୬୯ ଅଭିଯୁକ୍ତ ମୁକ୍ତ, ୧୧ ଜଣଙ୍କର ହୋଇଥିଲା ମୃତ୍ୟୁ

ଗାନ୍ଧିନଗର,୨୦।୪: ନରୋଡା ହିଂସା ମାମଲାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନୀ, ବାବୁ ବଜରଙ୍ଗି, ଜୟଦୀପ ପଟେଲ ସମେତ ୬୯ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୭ ଫେବୃୟାରୀ ୨୦୦୨ରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସର ଡବାରେ ପେଟ୍ରୋଲ ଢାଳି ଗୁଜରାଟର ଗୋଧ୍ରାରେ କେତେଜଣଙ୍କୁ ଜିବନ୍ତମାରି ଦିଆଯାଇଥିଲା।
ଏହାର ଜବାବରେ ୨୮ ଫେବୃୟାରୀ ୨୦୦୨ରେ ଗୁଜରାଟ ବନ୍ଦ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅହମଦାବାଦ ସହର ସମେତ ସମ୍ପୂର୍ଣ୍ଣ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ଉପୁଜିଥିଲା। ଏହି ଦଙ୍ଗାରେ ୨୮ ଫେବୃୟାରୀରେ ନରୋଡା ଗାବ ଭିତରେ ଓ ବାହାରେ କଥିତ ଭାବେ ୧୧ ଜଣଙ୍କୁ ଜିବନ୍ତ ଜଳାଇ ଦିଆଯାଇଥିଲା।

Share