ନୂଆଦିଲ୍ଲୀ, ୨୩ା୫: ୨୦୦୨ ଗୁଜରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ରିଟିଶ ବ୍ରଡ୍କାଷ୍ଟିଂ କର୍ପୋରେଶନ (ବିବିସି)ର ଡକ୍ୟୁମେଣ୍ଟାରି ବିରୋଧରେ କରାଯାଇଥିବା ମାନହାନି ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ଏହାକୁ ସମନ ଜାରି କରିଛନ୍ତି। ଗୁଜରାଟର ଏନ୍ଜିଓ ଜଷ୍ଟିସ୍ ଫର୍ ଟ୍ରାଏଲ୍ ପକ୍ଷରୁ ମାନହାନି ମାମଲା ଦାଏର ହୋଇଥିଲା। ଉକ୍ତ ଡକ୍ୟୁମେଣ୍ଟାରି ଭାରତ ଓ ଏହାର ନ୍ୟାୟପାଳିକା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିଥିବା ଉକ୍ତ ପିଟିଶନରେ ଦର୍ଶାଯାଇଥିଲା। ବିବିସି(ବ୍ରିଟେନ୍) ସମେତ ବିବିସି(ଇଣ୍ଡିଆ)କୁ ମଧ୍ୟ ଜଷ୍ଟିସ୍ ସଚିନ ଦତ୍ତ ନୋଟିସ ଜାରି କରି ଜବାବ ମାଗିଛନ୍ତି। ବିବିସି ପକ୍ଷରୁ ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ’ ନାମରେ ଡକ୍ୟୁମେଣ୍ଟାରି ଦୁଇଟି ଅଧ୍ୟାୟରେ ପ୍ରକାଶ କରାଯାଇଥିଲା।