ଦୁନିଆରେ ମାତ୍ର ୪ ଦିନ ବଞ୍ଚିଲେ, କିନ୍ତୁ ୬ ଜଣଙ୍କ ଜୀବନ ବଞ୍ଚାଇଲେ

ସୁରତ,୧୯।୧୦:ଗୁଜରାଟର ସୁରଟ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ମାତ୍ର ୪ ଦିନର ଶିଶୁର ଅଙ୍ଗଦାନ କରିଛନ୍ତି। ଫଳରେ ୬ଟି ଜୀବନ ବଞ୍ଚିଯାଇଛି । ସୁରତ ସରଥାନାରେ ରହୁଥିବା ହର୍ଷଙ୍କ ସ୍ତ୍ରୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ମାତାପିତାଙ୍କ ଖୁସି ନିମିଷରେ ଦୁଃଖରେ ପରିଣତ ହୋଇଯାଇଥିଲା। କାରଣ ଶିଶୁଟି ଜନ୍ମ ହେବା ପରେ ବେହୋସ ଥିଲେ। ପରେ ତାକୁ ବ୍ରେନ ଡେଡ ଘୋଷଣା କରାଯାଇଥିଲା। ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରି ନ ଥିଲା।
ଡାକ୍ତର ବ୍ରେନ ଡେଡ ଘୋଷଣା କରିବା ପରେ ପରିବାର ସଦସ୍ୟ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶିଶୁର କିଡନୀ, ଲିଭର ସହ କିଛି ଅଙ୍ଗକୁ ଦାନ କରାଯାଇଛି। ସବୁଠାରୁ ବଡ କଥା ଏହି ଶିଶୁର ଅଙ୍ଗ ଦ୍ୱାରା ୬ଟି ଶିଶୁଙ୍କୁ ନୂଆ ଜୀବନ ମିଳିପାରିଛି। ହର୍ଷ ଜଣେ ହୀରା କାରିଗର ଏବଂ ଆମ୍ରେଲି ଜିଲାର ବାସିନ୍ଦା।

Share