Categories: ଖେଳ

ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ନିଷ୍ପତ୍ତି

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଶିଖର ଧାୱନଙ୍କ ନେତୃତ୍ୱଧୀନ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରିବ।

ବିଶେଷ କରି ଗୁଜରାଟର ତୃତୀୟ ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ମ୍ୟାଚ୍‌ ଖେଳି ନ ଥିଲେ। ହେଲେ ପଞ୍ଜାବ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ହାର୍ଦ୍ଧିକ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷେ ମୋହିତ ଶର୍ମା ଗୁଜୁରାଟ ଟାଇଟାନ୍ସ ପାଇଁ ଡେବ୍ୟୁ କରିଛନ୍ତି। ଏନେଇ ତାଙ୍କୁ ସାଥୀ ଖେଳାଳି ଅଭିନନ୍ଦନ ଜଣାଇବା ସହ ସ୍ବାଗତ କରିଛନ୍ତି।

ଅନ୍ୟପକ୍ଷେ ଉଭୟ ଦଳ ୩ଟି ଲେଖାଏ ମ୍ୟାଚ ଖେଳିଥିବା ବେଳେ ଦୁଇଟିରେ ବିଜୟ ହୋଇ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ହେଲେ ଉନ୍ନତ ରନ୍‌ ରେଟ୍‌ରେ ଗୁଜରାଟ ଚତୁର୍ଥ ଏବଂ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି। ଫଳରେ ଉଭୟ ଦଳ ଏହି ମ୍ୟାଚ ଜିତିବାର ଲକ୍ଷ୍ୟ ରଖିଛନ୍ତି।

Share