Categories: ଖେଳ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଗୁଜରାଟ

ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିୟନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରିବ।

୨୦୨୨ ସିଜନରେ ପ୍ରଥମ ଥର ପାଇଁ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ସବୁ ଦଳକୁ ପଛରେ ପକାଇ ଚାମ୍ପିୟନ୍‌ ବିବେଚିତ ହୋଇଥିଲା। ଅନ୍ୟପକ୍ଷେ ହାର୍ଦ୍ଦିକ ସର୍ବଦା ଧୋନିଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବା ବେଳେ ଏହି ମ୍ୟାଚ୍‌ରେ କିନ୍ତୁ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ।

ଧୋନି ପୁଣି ଥରେ ଅଧିନାୟକ ପଦକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍‌ରେ ପ୍ରବେଶ କରିବାରେ ସମର୍ଥ ହୋଇ ନ ଥିଲା। ହେଲେ ୨୦୨୩ ସିଜନରେ ଚେନ୍ନାଇ ମଧ୍ୟ ପୂର୍ବ ସଂସ୍କରଣ ଖେଳ ଢାଞ୍ଚାକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରିବ। ଏଭଳି ସ୍ଥିତିରେ ଗୁଜରାଟ-ଚେନ୍ନାଇ ମଧ୍ୟରେ ମହାମୁକାବିଲା ହେବ ବୋଲି ଅନୁମାନ କରାଯାଉଛି।

ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ୍‌ ପାଣ୍ଡ୍ୟା(ଅଧିନାୟକ), ଶୁବମନ ଗିଲ୍‌, ରିଦ୍ଧିମାନ ଶାହା, କେନ୍‌ ଓ୍ବିଲିୟମସନ୍‌, ବିଜୟ ଶଙ୍କର, ରାହୁଲ ଟଓ୍ବେଟିଆ, ରଶିଦ୍‌ ଖାନ୍‌, ମହମ୍ମଦ ଶାମି, ଜୋସୁଆ ଲିଟିଲ୍‌, ୟଶ୍‌ ଦୟାଲ, ଆଲଜାରି ଯୋଶେଫ୍‌।

ଚେନ୍ନାଇ ସୁପର କିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ଡେଭନ୍‌ କନ୍‌ଓ୍ବେ, ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ, ମୋଇନ ଅଲୀ, ବେନ୍‌ ଷ୍ଟୋକ୍ସ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ମିଚେଲ୍‌ ସାଣ୍ଟନର, ଦୀପକ ଚହର, ରାଜବର୍ଦ୍ଧନ ହଙ୍ଗରଗେକର୍‌,

Share