Categories: ଖେଳ

ସ୍ବତନ୍ତ୍ର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଗୁଜରାଟ ଟାଇଟନ୍ସ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୩ା୫: ଆଇପିଏଲ ୨୦୨୩ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଅତୁଳନୀୟ। ଗୁଜରାଟ ଦଳ ମୋଟ୍‌ ୧୨ଟି ମ୍ୟାଚ୍‌ ଖେଳିଥିବା ବେଳେ ୮ଟି ମ୍ୟାଚ୍‌ ଜିତିଛି ଏବଂ ୪ଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଛି।

ବର୍ତ୍ତମାନ ଗୁଜରାଟ ଟାଇଟନ୍ସ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଆଇପିଏଲ ୨୦୨୩ର ୫୭ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭ ରନରେ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ଗୁଜରାଟର ପରବର୍ତ୍ତୀ ମ୍ୟାଚ୍‌ ଆସନ୍ତା ୧୫ ତାରିଖରେ ଘରୋଇ ଗ୍ରାଉଣ୍ଡ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯିବ।

ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧି ପଡ଼ିଆକୁ ଆସିବ। ସରକାରୀ ଟୁଇଟର ଆକାଉଣ୍ଟରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଦଳ କାହିଁକି ନିଜ ଘରୋଇ ଗ୍ରାଉଣ୍ଡରେ ଭିନ୍ନ ଜର୍ସି ପିନ୍ଧିବ ଜାଣନ୍ତୁ ସେ ସମ୍ପର୍କରେ…

ଆଇପିଏଲ ୨୦୨୩ରେ ଦମ୍‌ଦାର ପ୍ରଦର୍ଶନ କରୁଥିବା ଗୁଜରାଟ ଟାଇଟାନ୍ସ ଦଳର ପରବର୍ତ୍ତୀ ମ୍ୟାଚ୍‌ ଆସନ୍ତା ୧୫ ତାରିଖରେ ଖେଳିବ। ଏହି ମ୍ୟାଚ୍‌ରେ ଦଳ ଏକ ବିଶେଷ ପ୍ରକାରର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ଏହାର କାରଣ ହେଲା ଏପରି ସ୍ବତନ୍ତ୍ର ଜର୍ସି ପିନ୍ଧି ଲୋକଙ୍କ ମଧ୍ୟରେ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବ।

Share