Categories: ଖେଳ

ପ୍ଲେ ଅଫ୍‌ ଖେଳିବ ଗୁଜରାଟ ଟାଇଟନ୍ସ: ଗିଲ

ନୂଆଦିଲ୍ଲୀ,୧୨।୫: ଆଇପିଏଲ୍‌ ପ୍ଲେଅଫ୍‌ ଖେଳିବ ଗୁଜରାଟ ଟାଇଟନ୍ସ। ଏଭଳି କିଛି ବିଶ୍ୱାସ ରଖିଛନ୍ତି ଅଧିନାୟକ ଶୁଭମନ ଗିଲ। ଏଯାବତ ଦଳ ୧୨ ମ୍ୟାଚ୍‌ରେ ୧୦ ପଏଣ୍ଟ ସହ ୮ମ ସ୍ଥାନରେ ରହିଛି। ହେଲେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ବିଜୟ ପରେ ସେ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ଗିଲ କହିଛନ୍ତି, ଆମର କ୍ୱାଲିଫାଏ କରିବାର ସମ୍ଭାବନା ୦.୧ ଅଥବା ୧ ପ୍ରତିଶତ। ଆମକୁ ଲାଗୁଛି ଯେ ଆମେ ଏବେ ବି ପ୍ଲେଅଫ୍‌ରେ ସାମିଲ ହୋଇପାରିବୁ। କାରଣ ମୁଁ ଦେଖିଛି ଏହି ଟିମ୍‌ ଚମତ୍କାର କରିଛି। ଆମେ ପୁଣିଥରେ ତାହା କରିପାରୁ।

Share