Categories: ଖେଳ

ଆରମ୍ଭରୁ ଗୁଜରାଟର ବିଜୟ ଅଭିଯାନ

ଅହମଦାବାଦ,୩୧।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣର ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ୫ ଉଇକେଟରେ ଗୁଜରାଟ ବିଜୟୀ ହେବା ସହ ଅଭିଯାନ ଆରମ୍ଭ କରିଛି।

ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୮ ରନ୍‌ କରିଥିଲା। ହେଲେ ଗୁଜରାଟ ୧୯.୨ ବଲ୍‌ରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି।

ଶୁବମନ ଗିଲ୍‌ ଏବଂ ରିଦ୍ଧିମାନ ଶାହା ଓପନିଂ କରିଥିଲେ। ହେଲେ ଦଳର ୩୭ ରନ୍‌ରେ ପ୍ରଥମ ଉଇକେଟ ଭାବେ ରିଦ୍ଧିମାନ ୨୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଶୁବମନ ୩୬ବଲ୍‌ରେ (୬ ଚଉକା ଏବଂ ୩ଛକା) ୬୩ ରନ୍‌ କରିଥିଲେ। ଏପରି କି ସାଇ ସୁଦର୍ଶନ ୨୨ ରନ୍‌ କରିଥିବା ବେଳେ ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ୮ ରନ୍‌ କରିଥିଲେ। ସେହିପରି ଶେଷ ବେଳକୁ ରାହୁଲ ଟଓ୍ବେଟିଆ ଏବଂ ରଶିଦ୍‌ ଖାନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ।

ଚେନ୍ନାଇ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗରଗେକର ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଏବଂ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି।

Share