Categories: ଖେଳ

ପ୍ଲେ ଅଫ୍‌ ଦୌଡରୁ ବାଦ୍‌ ପଡ଼ିଲା ଆର୍‌ସିବି

ବେଙ୍ଗାଲୁରୁ,୨୧ା୫: ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ବଲରେ ଗୁଜରାଟ ଟାଇଟନ୍ସ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡରୁ ବାଦ ପଡିଛି ଆର୍‌ସିବି।
କୋହଲି ଆଇପିଏଲ୍‌ କ୍ୟାରିୟରର ସପ୍ତମ ଶତକ ହାସଲ କରି କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ୧୦୧* ରନ୍‌ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୨୦ ଓଭରରେ ୫ ଉଇକେଟ ହରାଇ ୧୯୭ ରନ୍‌ ସଂଗ୍ରହ କରଥିଲା। ଜବାବରେ ଶୁବମନ ଗିଲ୍‌ଙ୍କ ଅପରାଜିତ ୧୦୪ ରନ୍‌ ବଳରେ ୧୯.୧ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ଗୁଜରାଟ ।

Share