Categories: ଖେଳ

୧୩ ଓଭର ୫ ବଲ୍‌ରେ ଗୁଜରାଟ ଟାଇଟନ୍ସ ବିଜୟୀ

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଇଛି। ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ୧୩ ଓଭର ୫ଟା ବଲ୍‌ରେ ଗୁଜରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି। ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ଅଲାଉଟ୍‌ ହୋଇ ରାଜସ୍ଥାନ ରୟାଲ ଗୁଜରାଟ ଟାଇଟନ୍ସ ଆଗରେ ୧୧୯ ରନ୍‌ ବିଜୟ ଲକ୍ଷ୍ୟ ରଖିଥିଲା।

Share