Categories: ଜାତୀୟ

ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଆବେଦନ ଖାରଜ କଲେ ଏସ୍‌ସି

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ବିବାଦ ସହ ଜଡିତ ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆବେଦନ ଶୁଣାଣି କରିବାକୁ ଶୁକ୍ରବାର ମନା କରି ଦେଇଛନ୍ତି। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

କୋର୍ଟ କହିଛନ୍ତି, ଆପଣଙ୍କର ସଂଶୋଧନ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି। ତେଣୁ ଏଠାରେ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଏହି ମାମଲାରେ କେଜ୍‌ରିଓ୍ବାଲଙ୍କୁ ନିମ୍ନ ଅଦାଲତ ସମନ ଜାରି କରିଛି। ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟ ନିଜ ବିରୋଧରେ ଦେଇଥିବା ବିବୃତ୍ତି ପାଇଁ କେଜ୍‌ରିଓ୍ବାଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛି।

Share