Categories: ଜାତୀୟ

ମରଣ ମୁହଁରେ ସ୍ବାମୀ: ତାଙ୍କ ଶୁକ୍ରାଣୁରୁ ମା’ ହେବାକୁ ଚାହୁଁଛନ୍ତି ସ୍ତ୍ରୀ, ହାଇକୋର୍ଟ ଦେଲେ ଅନୁମତି

ଅହମଦାବାଦ,୨୧।୭: ସ୍ବାମୀଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ଜଣେ ସ୍ତ୍ରୀ ଗୁଜରାଟ ହାଇକୋର୍ଟ ଏକ ପିଟିଶନ ଦାଖଲ କରିଥିଲେ। ହାଇକୋର୍ଟ ଏନେଇ ଅନୁମତି ଦେଇଛନ୍ତି। ମହିଳାଙ୍କ ସ୍ବାମୀ ଚଳିତ ବର୍ଷ ମେ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠାରୁ ସେ ଭେଣ୍ଟିଲେଟରରେ ଅଛନ୍ତି। ଡାକ୍ତରମାନେ ସୂଚନା ଦେଇଥିଲେ ଯେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଅତିବେଶୀରେ ଆଉ ମାତ୍ର ୩ ଦିନ ବଞ୍ଚିପାରିବେ। ଏହା ପରେ ପରିବାର ଲୋକଙ୍କୁ ଝଟ୍‌କା ଲାଗିଥିଲା। ଏନେଇ ସ୍ତ୍ରୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ସ୍ତ୍ରୀ କୋର୍ଟଙ୍କୁ କହିଥିଲେ- ମୁଁ ମୋ ସ୍ବାମୀଙ୍କ ଶୁକ୍ରାଣୁରୁ ମା’ ହେବାର ଆନନ୍ଦ ପାଇବାକୁ ଚାହୁଁଛି। କିନ୍ତୁ ଚିକିତ୍ସା ଆଇନ ଏହାକୁ ଅନୁମତି ଦିଏ ନାହିଁ। ଆମ ଦୁହିଁଙ୍କ ପାଇଁ ପ୍ରେମର ଶେଷ ସନ୍ତକ ଭାବରେ ସ୍ବାମୀଙ୍କ ଶୁକ୍ରାଣୁ ଦିଆଯିବା ଉଚିତ୍‌। ମୋ ସ୍ବାମୀଙ୍କର ବହୁତ କମ ସମୟ ଅଛି। ସେ ଦୁଇ ମାସ ଭେଣ୍ଟିଲେଟରରେ ଅଛନ୍ତି। ସ୍ତ୍ରୀଙ୍କ ଆବେଦନ ଉପରେ ଶୁକ୍ରାଣୁ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।
ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁହେଁ ଚାରି ବର୍ଷ ପୂର୍ବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରିଥିଲୁ ଏବଂ ଗତବର୍ଷ ସେଠାରେ ମଧ୍ୟ ବିବାହ କରିଥିଲୁ। ଚାରି ମାସ ପରେ ଅର୍ଥାତ୍‌ ଫେବୃଆରୀ ୨୦୨୧ରେ, ଶ୍ୱଶୁରଙ୍କର ହୃଦଘାତ ହୋଇଥିଲା। ଯାହା ପରେ ଆମେ ଭାରତ ଆସିଥିଲୁ। ଏଠାରେ ମେ ମାସରେ ସ୍ବାମୀ କରୋନା ପାଇଲେ। ସଂକ୍ରମିତ ହେବା ପରେ ତାଙ୍କର ଫୁସଫୁସ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି। ସେ ଦୁଇମାସ ଧରି ଭେଣ୍ଟିଲେଟରରେ ଅଛନ୍ତି। ତିନି ଦିନ ପୂର୍ବେ ଡାକ୍ତରମାନେ ପରିବାର ଲୋକଙ୍କୁ କହିଥିଲେ ଯେ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବାର କୌଣସି ସମ୍ଭାବନା ନାହିଁ। ତାଙ୍କର କେବଳ ତିନି ଦିନର ସମୟ ଅଛି। ଏହା ପରେ ମୁଁ ଡାକ୍ତରମାନଙ୍କୁ କହିଲି ଯେ ମୁଁ ମୋ ସ୍ବାମୀଙ୍କ ଶୁକ୍ରାଣୁରୁ ମା’ ହେବାକୁ ଚାହୁଁଛି, କିନ୍ତୁ ସେମାନେ କହିଥିଲେ ଯେ ମୁଁ ସ୍ବାମୀଙ୍କ ବିନା ଅନୁମତିରେ ଶୁକ୍ରାଣୁ ନମୁନା ନେଇ ପାରିବି ନାହିଁ। ମୁଁ ହାର ମାନି ନଥିଲି ଏବଂ ମୋର ଶାଶୁଙ୍କ ସମର୍ଥନ ମଧ୍ୟ ପାଇଲି। ା ତେଣୁ ହାଇକୋର୍ଟ ଗଲୁ। ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଆମକୁ କୁହାଯାଇଥିଲା ଯେ ସ୍ବାମୀଙ୍କ ପାଖରେ ମାତ୍ର ୨୪ ଘଣ୍ଟା ଥିଲା। ଆମେ ସୋମବାର ଆବେଦନ କରିଥିଲୁ। ମଙ୍ଗଳବାର ଦିନ ବେଞ୍ଚ ସମ୍ମୁଖରେ ପହଞ୍ଚିଥିଲା। ୧୫ ମିନିଟ ପରେ କୋର୍ଟ ଏହାର ରାୟ ଦେଇଥିଲେ। କୋର୍ଟ ରୋଗୀର ଶୁକ୍ରାଣୁ ସଂଗ୍ରହ କରିବାକୁ ଅନୁମତି ଦେଇଥିଲେ ଏବଂ ଏହାକୁ ସଂରକ୍ଷଣ କରିବାକୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୋର୍ଟ କୃତ୍ରିମ ପ୍ରଜନନକୁ ଅନୁମତି ଦେଇ ନାହାଁନ୍ତି। ଗୁରୁବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି।

Share