Categories: ଜାତୀୟ

ଗୁଜରାଟରେ ହେବ କର୍ନାଟକ ଭଳି ସ୍ଥିତି: ଭାଜପା ବିଧାୟକ…

ଅହମଦାବାଦ,୧୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜରାଟର ଭଲସାଡର ଅମ୍ବର ଗାଁର ବିଧାୟକ ରମଣ ପାଟକର ଚେତାବନୀ ଦେଇଛନ୍ତି ଯଦି ସାଧାରଣ କାର୍ଯ୍ୟକୁ ପ୍ରାଥମିକତା ନ ଦିଆଯାଏ ତେବେ ଗୁଜରାଟରେ କର୍ଣ୍ଣାଟକ ଭଳି ପରିସ୍ଥିତି ଉପୁଜିପାରେ। ଗୁଜରାଟରେ ଲୋକଙ୍କ କାର୍ଯ୍ୟକୁ ଅବହେଳା କରାଯାଉଛି ଏବଂ ଲୋକ ପ୍ରତିନିଧି ସେମାନଙ୍କୁ ପ୍ରାଥମିକତା ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ବିଧାୟକଙ୍କ ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୪୦୦କୋଟି ଟଙ୍କା ମୂଲ୍ୟର ଯୋଜନା ଆରମ୍ଭ କରିଛନ୍ତି। ଗତ ବର୍ଷ ଶେଷରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଗୁଜରାଟର ୧୮୨ ଟି ଆସନରୁ ୧୫୬ ଟି ଜିତି ଇତିହାସ ସୃଷ୍ଟି କରିଥିଲା ଏବଂ କଂଗ୍ରେସ ମାତ୍ର ୧୭ଟି ଆସନ ପାଇଥିଲା।

ଭାଜପାର ୭୦ ବର୍ଷ ବୟସ୍କ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରମଣ ପାଟକର, ୨୦୦୨ ବ୍ୟତୀତ ୧୯୯୫ମସିହାରୁ କ୍ରମାଗତ ଭାବରେ ଉମ୍ବରଗାଓଁରୁ ଜିତି ଆସୁଛନ୍ତି। ବର୍ତ୍ତମାନର ସରକାରରେ ଜନସାଧାରଣଙ୍କ କାର୍ଯ୍ୟକୁ ଅବହେଳା କରାଯାଉଛି ବୋଲି ସେ କହିଛନ୍ତି। ଯଦି ଗୁଜରାଟ ସରକାର ଏବଂ ଭାଜପା ସଂଗଠନ ଦ୍ୱାରା ଜନସାଧାରଣଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆ ନ ଯାଏ, ତେବେ ଏଠାରେ ମଧ୍ୟ ଜନସାଧାରଣଙ୍କ କ୍ରୋଧ ସୃଷ୍ଟି ହୋଇପାରେ, ଯାହାର ଫଳାଫଳ କର୍ନାଟକ ପରି ଅସନ୍ତୋଷ ରୂପେ ବାହାରକୁ ଆସିପାରେ।

Share