Categories: ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ଜୟପୁର,୧୦ା୪: ଇଣ୍ଡିଆନ ସୁପର୍‌ ଲିଗ୍‌(ଆଇପିଏଲ୍‌)ର ୨୪ ତମ ମ୍ୟାଚ୍‌ରେ ବୁଧବାର ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଏବଂ ଗୁଜରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେଉଛି। ଜୟପୁରର ସାଓ୍ବଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି।

ଗୁଜରାଟ ଟାଇଟନ୍ସରେ ଶୁବମନ ଗିଲ୍‌ (ଅଧିନାୟକ), ସାଇ ସୁଦର୍ଶନ, ବିଜୟ ଶଙ୍କର, ଅଭିନବ ମନୋହର, ମାଥ୍ୟୁଓ୍ବେଡ (ଓ୍ବିକେଟ୍‌କିପର), ରାହୁଲ ତଓ୍ବୋଟିଆ, ରଶିଦ୍‌ ଖାନ, ଉମେଶ ଯାଦବ, ସ୍ପେନ୍ସର ଜନ୍‌ସନ୍‌, ନୁର ଅହମ୍ମଦ, ମୋହିତ ଶର୍ମା ଥିବା ବେଳେ ରାଜସ୍ଥାନ ରୟାଲ୍ସରେ ଯଶସ୍ବୀ ଜୟସ୍ବାଲ, ଜୋସ୍‌ ବଟଲର, ସଞ୍ଜୁ ସାମ୍‌ସନ୍‌ (ଓ୍ବିକେଟ କିପର /ଅଧିନାୟକ), ରିୟାନ ପରାଗ, ଧ୍ରୁବ ଜୁରେଲ, ଶିମ୍ରନ ହେଟମେୟର୍‌, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆଭେଶ ଖାନ, ନବଦୀପ ସେନି, ୟୁଜବେନ୍ଦ୍ର ଚହଲ ରହିଛନ୍ତି।

Share