Categories: ଜାତୀୟ

୫ରୁ ୧୨ ବର୍ଷ ପିଲାଙ୍କଠାରେ ଟିକା ପରୀକ୍ଷା କରିବ ଜାଇଡସ୍‌ କାଡିଲା

ଅହମଦାବାଦ, ୩୦।୫: ବୟସ୍କଙ୍କ ପରେ ୧୨ରୁ ୧୮ ବର୍ଷ ବର୍ଗ ପିଲାଙ୍କଠାରେ ଜାଇଡସ୍‌ କାଡିଲା ପ୍ରସ୍ତୁତ ଜିକୋଭ୍‌-ଡି କୋଭିଡ୍‌ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିଛି। କମ୍ପାନୀ ଏହାର ପ୍ଲାସ୍‌ମିଡ୍‌ ଡିଏନ୍‌ଏ ଟିକା ୫ରୁ ୧୨ ବର୍ଷ ପିଲାଙ୍କଠାରେ ପରୀକ୍ଷା କରିବାକୁ ଯୋଜନା କରୁଛି। ଏହି ଟିକା ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି।

୧୨ରୁ ୧୮ ବର୍ଷ ବୟସର ୮୦୦ରୁ ଊର୍ଦ୍ଧ୍ୱ ପିଲାଙ୍କଠାରେ ଜିକୋଭ୍‌-ଡି ପରୀକ୍ଷା କରାଗଲାଣି। ପରୀକ୍ଷା ସଫଳ ହେଲେ ପିଲାଙ୍କୁ ଏହି ଟିକା ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି କାଡିଲା ହେଲ୍‌ଥକେୟାର ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ଶର୍ଭିଲ ପଟେଲ କହିଛନ୍ତି।

Share